ରାଇପଦା,ମୟୂରଭଞ୍ଜ ଜିଲା,ଗୋପବନ୍ଧୁ ନଗର  ପଞ୍ଚାୟତସମିତି ଅଧୀନ,ପୁରୁଣାବାରିପଦା ଗ୍ରାମପଞ୍ଚାୟତ ରେ ଏକ ଛୋଟ ଗାଁ | ଏହାର  ଅଧିବାସୀ ସାଧାରଣତଃ ଧାନ ଚାଷ କରିଥାନ୍ତି ଏବଂ ଅଳ୍ପ ଲୋକ ସରକାରୀ ଚାକିରୀ କରିଛନ୍ତି  | ଏହି ଗାଁ ର ଉତ୍ତର ଦିଗ କୁ ମହୁଲଡିହି,ପଶ୍ଚିମ କୁ ହୁଡିଆସାହି,ବଗବସା, ପୂର୍ବ କୁ ଖୁଣ୍ଟାଡାହି, ଏବଂ ଦକ୍ଷିଣ କୁ ଭଙ୍ଗାଚଟୁ ଗାଁ ରହିଛି |ଏହାର  ସାପ୍ତାହିକ ହାଟ ଦୁଇ ଥର ପୁରୁଣାବାରିପଦା ରେ ବସେ |  ଏହି ଗାଁ ରେ  ଏକ ପ୍ରକଳ୍ପ  ପ୍ରାଥମିକ ବିଦ୍ୟାଳୟ, ଏକ ଅଙ୍ଗନବାଡି କେନ୍ଦ୍ର,  ଅବସ୍ଥିତ | ଅଧିକାଂଶ ଲୋକ  ଏହି ଗାଁ ର ଗୋପାଳ ଉପଜାତି ର ଅଟନ୍ତି, ଏହାଛଡା ବ୍ରାହ୍ମଣ,ଦେହୁରୀ ଉପଜାତି ର ଲୋକ ମଧ୍ୟ ଅଛନ୍ତି |

ଏହି ଗାଁ ରେ ପ୍ରଭୁ  ଗରୁଡେଶ୍ଵର ଶିବ ମନ୍ଦିର ପୋଖରୀ କୂଳରେ ଏବଂ ଏକ ରାଧାକୃଷ୍ଣ ମନ୍ଦିର ଗାଁ ମଝିରେ ରହିଛି | ଆଉ ମଧ୍ୟ ମା’ ରଣବୀରଙ୍କ ର ଏକ ଦେବୀପୀଠ ରାଧାକୃଷ୍ଣ ମନ୍ଦିର ପାଖ କୁ ଲାଗି ରହିଛି |ଦୋଳ ଯାତ୍ରା ଏହି ଗାଁ ର  ମୂକ୍ଷ୍ୟ ପର୍ବ ଅଟେ |ଏହା ଛଡା ଜନ୍ମାଷ୍ଟମୀ,ଶିବ ରାତ୍ରୀ,ମକର ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ଆଦି ପାଳିତ ହୋଇଥାଏ |ଏହି ଗାଁ ରେ ଏକ ଖେଳ  ପଡିଆ ବିଦ୍ୟାଳୟ ପାଖ କୁ ଲାଗି ରହିଛି |
 

 
Make a Free Website with Yola.